Thursday, May 27, 2021

ନିମନ୍ତ୍ରଣ


ନିମନ୍ତ୍ରଣ 

ଭୋର ୪ଟା ରୁ ଦାଶ ଵାଵୁ ଧଡପଡ ହୋଇ ଉଠି ପଡିଲେ, ଦେଖିଲା ଵେଳକୁ ସ୍ତ୍ରୀ ସଜ ବାଜ ହୋଇ କିଛି କାମରେ ଵ୍ୟସ୍ତ।  ସାମନ୍ୟ ଚିଡି ଯାଇ କହିଲେ ମୋତେ କାହିଁକି ଡାକିଲନି ! ମୀତା ଦେଵୀ ହସି ହସି କହିଲେ ବହୁତ ସମୟ ଅଛି, ତୁମେ ନିତ୍ୟକର୍ମ ସାରି ପକାଅ। ତୁମେ ୫ ଟା ସୁଦ୍ଧା ତିଆରି ହେଇଯାଅ,ଆମେ ୬.୩୦ ବେଳକୁ ପହଞ୍ଚି ପାରିବା, ମୁଁ ରଵିନନା ଙ୍କୁ ଫୋନ୍ କରି ଦେଇଛି, ସେ ଆମକୁ ଅପେକ୍ଷା କରିଥିବେ। 


ସଵୁ କାମ ସାରି ଦାଶ ବାବୁ ତଳକୁ ଓହ୍ଲାଇ ଦେଖିଲେ ଘରର ସବୁ ସଦସ୍ୟମାନେ ହଲରେ ଅପେକ୍ଷା କରି ରହିଥାନ୍ତି। ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଏ କ'ଣ, ଆମେ ତ ଦି ଜଣ ଯାଇଥାନ୍ତେ, ଏଠି କ'ଣ ପୁରା ପଲଟଣ। ଦାଶ ବାବୁ ଙ୍କ ଶାଶୁ ଵାହାରି କହିଲେ, ପୁଅ କାଲି ରାତିରେ ମୁଁ ମିତା କୁ କହିଲି, ଏ ସୁଯୋଗ ଆଉ କେବେ ମିଳିବ କି ନାହିଁ, ତା ଡୋରି କେଵେ ଲାଗିବ କି ନାହିଁ, ପୁରା ପରିବାର କୁ ନେଇ ତାକୁ ନିମନ୍ତ୍ରଣ କରିଯିବା,ସେଥି ପାଇଁ ଆମେ ସମସ୍ତେ ତିଆରି ହୋଇ ବସିଛୁ। 


ଦାଶ ବାବୁ ସ୍ମିତ ହାସ୍ୟ ଦେଇ କହିଲେ ଆଛା ଚାଲ, ତା ର ଡୋରି ଲାଗିଲା। ଝିଅ, ଜ୍ୱାଇଁ, ଦି ପୁଅ, ସାନ ଝିଅ, ଆଈ, ଦାଶ ବାବୁ ଆଉ ମିତା ଦେଵି ଵାହାରି ପଡିଲେ ଶ୍ରୀକ୍ଷେତ୍ର ଅଭିମୁଖେ। ବଡ ପୁଅର ଵାହାଘର ଆସନ୍ତା ୨୫ ତାରିଖ ରେ, ତେଣୁ ପୂଜାରୀ ନନା ଙ୍କ ନିର୍ଦ୍ଦେଶ ଅନୁସାରେ ଦାଶ ପରିବାର ବାହିରିଛନ୍ତି କାଳିଆ କୁ ନିମନ୍ତ୍ରଣ ଦେବା ପାଇଁ, ପ୍ରଥମେ ତାଙ୍କୁ ଡାକି ସାରିଲା ପରେ ଅନ୍ୟ ଆଡେ ଵୁଲିବାକୁ ପଡିବ। ସେଥିପାଇଁ ମିତା ଦେଵି ନଡ଼ିଆ, ଗୁଆ, ପାନ, ଫୁଲ, ଫଳ, ଭୋଗ, ତୁଳସୀ, ଚନ୍ଦନ, ମାଳ ଆଉ ପାଟ କନାରେ ଆଵୃତ ଜକମକିଆ ନିମନ୍ତ୍ରଣ ପତ୍ର ଟିକୁ ତାଙ୍କ କୋଳରେ ଥୋଇ ପୁରୀ  ପହଞ୍ଚିଲେ। ଆଜିକାଲିର ନିମନ୍ତ୍ରଣ ପତ୍ର ଗୁଡିକ କେବଳ ପତ୍ର ତ ନୁହଁ, ଗୋଟିଏ ଦାମିକା ଉପହାର ରେ ପରିଣତ ହୋଇଛି। 


ଗାଡି ଵଡ ଦାଣ୍ଡରେ ପସିଲା ବେଳକୁ ରଵିନନା ହାତ ଠାରିଲେ। ଯାହା ହେଉ ଆଜି ଦିନଟି ଭଲରେ ବିତିବ, ତା କୃପାରୁ ନନା ମଧ୍ୟ ଠିକ୍ ସମୟରେ ହାଜର। ନନାଙ୍କୁ ସମସ୍ତେ ପ୍ରଣିପାତ ଜଣାଇ ଦେଉଳ ଆଡକୁ ତରତର ହୋଇ ଵାହାରିଲେ। ରବିନନା ଆଶ୍ଵାସନା ଦେଇ କହିଲେ, ଆଜି ଦୁଆର ଫିଟା ଟିକେ ଡେରି ହେବ, ତେଣୁ ଆରାମ ରେ ଚାଲନ୍ତୁ। ଦାଶ ବାବୁ ଟିକିଏ ଵ୍ୟସ୍ତ ହୋଇ କହିଲେ, ଆମେ କାମ ସାରି ଦଶ ଟା ସୁଦ୍ଧା ଫେରି ଗଲେ, ମୁଁ ଅଫିସ ଯିଵି, ତେଣୁ ନନା ଟିକେ ଆୟୋଜନ ଜଲ୍ଦି କରେଇଵେ।


ଆଞା ଅଫିସ ଆଜି ସଂଧ୍ୟାରେ କରିବେ ରବିନନା ଥଟ୍ଟା କରି କହିଲେ। ପୁଅ ଵୋହୂ ଙ୍କ ମଂଗଳ କାମନା କରି ଏତେ ଦୂରରୁ ସପରିବାର ସାଆନ୍ତ ଙ୍କୁ ନିମନ୍ତ୍ରଣ କରିବା ପାଇଁ ଆସିଛନ୍ତି ସେଥିରେ ପୁଣି ସମୟ ରେ କାର୍ପଣ୍ୟ କାହିଁକି। ଜଗା ଏବେ ନିଦରୁ ଉଠିନି, ଉଠିବ ଅବକାଶ ହେବ, ମଲମ ହେବ, ସିଂଘାର ହେବ, ବାଳ ଭୋଗ ଖାଇବ, ତା ପରେ ଦରବାର ଲଗେଇଦବ। ଆଉ ଆପଣ ଏବେଠୁ ଛାନିଆ ହେଲେଣି ଫେରି ବା ପାଇଁ। 

ଆପଣ ନିତ୍ୟକର୍ମ କରୁଥିବା ସମୟରେ କ'ଣ କାହକୁ ଭେଟନ୍ତି?  

ଦାଶ ବାବୁ ନନାଙ୍କ ମର୍ମ ଵୁଝିପାରିଲେ, କହିଲେ ହଁ ଆଞା, ଭୁଲ ଚିନ୍ତା କରି ଥିଲି, ନା ନା ଆଜି ଅଫିସ ବନ୍ଦ। ଏପରି କଥା ହୋଇ ସମସ୍ତେ ସିଂହ ଦ୍ଵାର ପର୍ଯ୍ୟନ୍ତ ପହଚିଁ ଗଲେ।  ଜୟ ଜଗନ୍ନାଥ ଜୟ ଜଗଦୀଶ ରେ ଦାଣ୍ଡ ସାରା ପ୍ରକମ୍ପିତ ହେଉଥାଏ। 


ରଵିନନା କହିଲେ ମୁଁ ସଵୁ ବ୍ୟବସ୍ଥା କରିସାରିଛି, ଆଜି ଆପଣ ମାନେ ଆନନ୍ଦ ରେ କାଳିଆ ର ସକାଳ ନୀତି ଦେଖିଵେ, ମହାପ୍ରସାଦ ପାଇବେ, ତା ପରେ ସ୍ବସ୍ଥାନ ଫେରିବା ହେଵେ। ସମସ୍ତେ ବାଈସି ପାହାଚ ଚଢି ମନ୍ଦିର ଭିତରକୁ ପ୍ରବେଶ କଲେ, ନନା ତାଙ୍କୁ ନେଇ ଗରୁଡ଼ ସ୍ତମ୍ଭ ପଛରେ ଵସିବା ପାଇଁ କହିଲେ। ଭଜନ, ଜଣାଣ, ଗୀତଗୋବିନ୍ଦ ଓ ହରିବୋଲ ହୁଳହୁଳି ରେ ଚର୍ତୁଦିଗ ଭାବମୟ ହେଉଥିଲା, ଦୁଆର ଫିଟା ହେଲା, ଆଗକୁ ଆଗକୁ ନିତି ବଢି ଚାଲିଲା। ମଝିରେ ନନା ଆସି କେତେ ବେଳେ ତୁଳସୀ, ଚନ୍ଦନ ତ କେତେବେଳେ ଆଳତି, କର୍ପୂର,ଝଡା ଫୁଲ ଆଣି ଦେଇ ଯାଉଥାନ୍ତି। ଵାଳ ଭୋଗ ବଢିଲା, ନନା ସମସ୍ତ ଙ୍କୁ ନେଇ ଭିତର କାଠ ଵାଡ ପର୍ଯ୍ୟନ୍ତ ନେଇଗଲେ, ଏଵେ ତିନି ଠାକୁରଙ୍କୁ ଏତେପାଖରେ ଦେଖି ସମସ୍ତେ ଵିଭୋର, ସମସ୍ତ ଙ୍କ ଆଖି ରେ ଅଶ୍ରୁଧାର।

ଥାଳିରେ ସଜାଥିବା ସାମଗ୍ରୀ ସହ ପାଟକନା ଗୁଡା ନିମନ୍ତ୍ରଣ ପତ୍ର ଟି ନେଇ ରଵିନନା ଗମ୍ଭିରା ଭିତରେ ପଶିଲେ। 


ଗମ୍ଭୀରା ଭିତରେ ପାଦ ରଖୁ ରଖୁ ହଠାତ୍ ଥାଳି ମଝିରୁ ନିମନ୍ତ୍ରଣ ପତ୍ର ଟି ତଳେ ପଡିଗଲା। ଥାଳିରେ ଥିବା ଅନ୍ୟ ଜିନିଷପତ୍ର କୁ ସମର୍ପଣ କରି, ତଳେ ପଡିଯାଇଥିବା ନିମନ୍ତ୍ରଣ ପତ୍ର ଟି କାଖ ରେ ଜାକି ରବିନନା ବାହାରକୁ ଚାଲି ଆସିଲେ। 


ଵେଢା ରେ ଥିବା ଅନ୍ୟ ଦେବା ଦେବୀ ଙ୍କ ଦର୍ଶନ ପରେ,  ନନା ସମସ୍ତ ଙ୍କୁ କୋଈଲ ବୈକୁଣ୍ଠ କୁ ନେଇ ଗଲେ। ଆପଣ ମାନେ ଏଠି ବସିଥାନ୍ତୁ, ମୁଁ ଅବଢା ର ବନ୍ଦୋବସ୍ତ ଦେଖୁଛି କହି ଆନନ୍ଦ ବଜାର ଆଡକୁ ଚାଲିଗଲେ। କିଛି ସମୟ ପରେ ନନା ଅବଢା ନେଇ ଫେରିଲେ, ତାର ମହ ମହ ଵାସନା ରେ ସମସ୍ତ ଙ୍କ କ୍ଷୁଧା ଆହୁରି ବଢି ଚାଲିଛି। "ଆଘ୍ରାଣେ ଅର୍ଦ୍ଧ ଭୋଜନ"।

ଖେଚେଡି, ଡାଲମା, ସାଗ, ଵେସର ପରଷା ଗଲା। ମହାପ୍ରସାଦ ପାଇ ସମସ୍ତେ ଅତ୍ୟନ୍ତ ଖୁସି, ଦାଶ ବାବୁ ଙ୍କ ଶାଶୁ କହିଲେ, ମୋ ଜୀବ ଦଶାରେ କେବେ ଏ ଅମୃତ ପାଇଥାନ୍ତି କି ନାହିଁ, ତା କୃପା ରୁ ମୁଁ ଧନ୍ଯ ହେଲି। ପିଲା ମାନେ ମଧ୍ୟ ପ୍ରଫୁଲ୍ଲିତ, ଏତ ଅମୃତ ଆମେ ମଧ୍ଯ କେଵେ ଏହାର ସୁଯୋଗ ପାଇନଥିଲୁ। ସମସ୍ତେ ମହାପ୍ରଭୁ ଙ୍କ ଗୁଣଗାନ କରି ଚାଲିଛନ୍ତି।


ଏଭିତରେ ଦାଶ ଦମ୍ପତ୍ତି ଟିକିଏ ଗମ୍ଭୀର ଦିଶୁଥିଲେ। ମିତା ଦେବୀ ରଵିନନା ଆଡକୁ ଚାହିଁ ପଚାରିଲେ ଆପଣଙ୍କ ମୁହଁ ଆଉ ହସ ହସ ନାହିଁ, ଆମେ ଯେଉଁ କଥା ଭାବି ଵ୍ୟଥିତ ହେଉଛୁ, ଆପଣ କ'ଣ ସେୟା ଭାବୁଛନ୍ତି? 

ହଁ, ସେତେଵେଳଠୁ ମନ ଭାରି ହୋଇଗଲା, ନିମନ୍ତ୍ରଣ ପତ୍ର ଟା ମୋଟା ଆଉ ଓଜନିଆ ଥିଲା, ଥାଳି ମଝିରେ ମଧ୍ୟ ଥିଲା ତଥାପି ତଳକୁ ଖସି ପଡ଼ିଲା ମୋତେ ବଡ ଆଶ୍ଚର୍ଯ୍ୟ ଲାଗୁଛି। ଆମ ଆଡୁ କିଛି କ'ଣ ତ୍ରୁଟି ରହିଗଲା କି ନନା, ବୋଲି ଦାଶ ବାବୁ ପଚାରିଲେ? 

ଆଞା ଆମେ ଛାର ତାର ସେବକ, ସେ ଅନ୍ର୍ତୟାମି। ତା ମନରେ କ'ଣ ଥିବ କିଏ ଜାଣିବ। ତାକୁ ଆତ୍ମାର ସହ ଡାକନ୍ତୁ, ସବୁ ଠିକ୍ ସେ କରିବ। ରଵିନନା ସମସ୍ତ ଙ୍କୁ ଆର୍ଶୀବାଦ ଦେଇ ଵିଦା କଲେ। 


ଦାଶ ବାବୁ ଗାଡି ରେ ଵସି ସ୍ତ୍ରୀ ଙ୍କ ଆଡକୁ ଚାହିଁ କହିଲେ, ଆମ ଆଡୁ କିଛି ତ୍ରୁଟି ରହିଗଲା ଵୋଧେ, ନହେଲେ ଆମ ନିମନ୍ତ୍ରଣ କୁ କାହିଁକି କାଳିଆ ଠାକୁର ଗ୍ରହଣ କଲେ ନାହିଁ, ପାଖରେ ପହଞ୍ଚି ମଧ୍ୟ ଆମେ ତାଙ୍କୁ ନିମନ୍ତ୍ରଣ ପତ୍ର ଟି ଦେଇ ପାରିଲୁ ନାହିଁ। ତମେ ଦେଖିଛ ତଳେ ପଡ଼ି ଗଲା ପରେ, ପୂଜାପଣ୍ଡା ସାସନ୍ତ ଆଖି ଠାରି ରଵି ନନା କୁ ନ ଉଠେଇବା ପାଇଁ ଠାରିଲେ। 


ଏତିକି ଵେଳେ ଫୋନ୍ ଵାଜିଲା, ମାଂସ ଵେପାରି ଫୋନ କରିଛି। ଆସିଵା ଵେଳେ ଗାଡି ରେ ଵସିବା ଠୁ ଵଡ ଦାଣ୍ଡରେ ଓହ୍ଲାଇବା ପର୍ଯ୍ୟନ୍ତ ଦାଶ ବାବୁ ତା ସହିତ କଥାବାର୍ତ୍ତା ହୋଇ ଆସୁଥିଲେ। କୋଉଠୁ ଛେଳି ଆସିବ, କୋଉଠୁ କୁକୁଡ଼ା ଆସିବ, ପୁଣି କୋଇଠି ମାଛ ମରାହେବ, ଆମିଷ ଯେମିତି ନିଅଣ୍ଟ ନପଡେ, ଲୋକେ ଯେପରି ତାକୁ ନେଇ ନିନ୍ଦା ନ କରନ୍ତୁ। କଥା କିଛି ବାକି ଥିଲା, ତାକୁ କହି ଥିଲେ ଦି ଘଣ୍ଟା ଛାଡ଼ି ଫୋନ୍ କରିବୁ, ଏ ଭିତରେ ଆଠ ଘଣ୍ଟା ଵିତି ଯାଇଛି,ଆଉ ତାର ୧୨ ଟା ମିସ କଲ୍। ଫୋନ୍ ଉଠାଇବା ପାଇଁ ମନ ଵଳୁ ନଥାଏ। 


ଦାଶ ବାବୁ ଏଵେ ଠିକ୍ ବୁଝି ପାରିଲେ ଵୋଧେ, ଫୋନ ଉଠାଇ ମାଂସ ବେପାରୀ କୁ କହିଲେ, ସବୁ ଆମିଷ ଜିନିଷ ନ ଦେବା ପାଇଁ, ଫୋନ୍ କାଟି ଦେଲେ। ମିତା ଦେଵୀ ଆଶ୍ଚର୍ଯ୍ୟ ହୋଇ ଚାହିଁ ଥାନ୍ତି, ଦାଶ ବାବୁ ଆଖି ଛଳ ଛଳ କରି କହିଲେ, ଏହା ହିଁ ମୋର ଭୁଲ ଥିଲା ଵୋଧେ, ସେ କ'ଣ ଚାହୁଁଥିବ ଶହ ଶହ ପ୍ରାଣୀ କୁ ମାରି ଭୋଜି ରେ ଯୋଗ ଦେବ ବୋଲି? 

ସେଥି ପାଇଁ ଆମ ନିମନ୍ତ୍ରଣ କୁ ଗ୍ରହଣ କଲାନି। 


ମୁଁ କାଲି ଆଉ ଥରେ ଏକା ଆସିଵି ,ନୂଆ ନିମନ୍ତ୍ରଣ ନେଇ। 

ଜୟ ଜଗନ୍ନାଥ 


ଦେବେନ୍ଦ୍ର ରଥ 

ପୁରୀ।




Sevakas in Disguise

 Today everyone is talking about Sevakas of Puri Jagannath Temple, some praise and some criticise. Fact is faraway from their knowledge and  this is not their fault cause the contribution, the sacrifice and the devotion of this sect was never told in briefly. 


Now, we see the present and ongoing happening in Puri due to media house and freshly for few years in social media. TV started broadcasting the Ratha Yatra since 1990 if I am not wrong. So the people started to get curious about that and offcourse during this period all of us knew much about Puri. Ratha Yatra is one of the festival among many other festivals conducted in Temple, so the contribution of the sevayats are seen only in Ratha Yatra not in other such big festivals happening inside the Temple where they do the same and their part is invisible. 


Most of the time, they are being criticized for their golden ornaments, properties and few for their rough behavior. Its true to some extent that they showoff their well-being. Just 20-25 years before they were also like any other body suffering from proverty and fighting for survival with their daily needs. And that's why it is said let live for today, he (Jagannath) is there for tomorrow. Since everything got changed economically, they also became stable not serving in Temple only rather working hard in many sectors. You can see them as Judge, Lawyers, CAs, Doctors, Hoteliers, Govt Officers, in Defence, in Secretarial jobs and as Entrepreneurs almost in all fields. And now a very good number of this generation have settled in overseas America etc.


Let's go to the past - pre independence time or before to that. Imagine today people are coming to Puri by road, rail and air, so then how people would be coming and in what number?  How would they have stayed in Puri and how they would have feeded during their stay. Who were bringing them to Puri, probably media was not there to advertise or propagate. 


As per the Historian this temple is built 1200 years back but mythology says different. Lets stand with History which is not written by us. We know the 1200 years of History of our Nation and we were not independent, ruled by Muslims and later by British. During these hundreds of years this temple stands as it is so the tradition, culture and its believers. Nothing could hamper it's dignity. Empires came and vanished. But this stands still. Many attempts and attacks had been made to sabotage, to destroy and to perish it from the land. 


Today's population of Puri is 2.5 lakhs, so thinking about the population of that times who were there to protect from outsiders. 

Sevayats were traveling village to village, state to state by walking through jungles, riverside, mountains and by tedious pathway to preach Jagannath's devotion and educating Sanatan Dharma. 

They used to bring devotees with them, give shelter in their own house or in any Matha and take care of their Food and also assures their safe going back journey to their homeland. Today, we can find Sevakas are known by the place from where their ancestors used to go such as Nepal Panda, Assam Panda, Manipur Panda, Jhansi Panda, Bengal Panda and the list goes on. Interestingly, a person of that place if visiting Puri can get his forefathers history.

So, they were the first Pilgrimage Tour Operator and Hospitality provider and as well Hoteliers (Matha, Dharmasala, Jaga) were the place to give shelter.


We can get brief details in History that how many times Puri's temple attacked by Muslim rullers and how many times deities had shifted to different places of State for years and once also for almost hundred years. But still nobody forgot his Aradhya and brought him back to his sanctorium again and again, perhaps due to his love and devotion. Otherwise, we forget our own  children, parents, siblings in few months and years, who is going to take care of huge three logs. Surprisingly, the ritual we see today , have been happening since ages and this Sevakas were there. 


Only the Love and Faith towards him made them stronger to fight against all odds and hindrance in the leadership of Gajapati Kings of those times till Temple gone to Govt control in independent India. 


We cannot escape the importance of Jega Ghar where all male members used to learn martial art and fighting skill. So that they can fight with enemies in the hour of need. 


Oddisi classic dance and song both are acclaimed high regards Worldwide and give us a special identity, were born in Jagannath's Temple culture only and surely these artists were definitely from Sevakas. Mahari Dance form, Gotipua, Oddisi are all created from here only. 

Sankaracharya, Guru Nanak, Mahaprabhu Chaitanya and endless Sadhu's, Monks visited Puri, stayed for months and years and some of them took their last breath here ,are definitely not complaining. Totapuri Maharaj who happens to the Guru of Swami Rama Krishna Paramahansa, Srila Prabhupada were all devotees and apparently spreaded the importance of Lord were not complainant. 


Empires came and fallen, dynasty raised and vanished, civilization evolved and perished but one belief is still alive that He is not merely a statue or log, he is alive, a human being like you and me, he is my friend, my love, my parents, my family so it's still here for whom we have made our identity and say we are Odia. The entire World known him as The Lord of Universe. Today, the entire World has become his Disciple. Who teaches the actual meaning of Vasudeba Kutumbakam, we perhaps don't know from all the sects of society starting from a sweeper community to Sabar community, Vaisya to Milkman community and Sadhu's to Brahman are all Sevaks. 


We cannot say what they are doing today is unjust and absord and also cannot judge all at one perception, might be some are rude, greedy and cunning as it is everywhere in Human Society. If today we are proud of being hailed from the land of Jagannath because of these Sevakas and their knowing and unknowning contribution in protecting this magnificent and wonderful culture. 

By Debendra Kumar Rath 

26/06/2020


फिर तुम क्यों नहीं आते

 और कितने  बार तुम आऔगे , किस किस रुप में आऔगे,     

अगर पाप पुण्य ये खेला हे, सच झुठ का मेला है , 

फिर तुम क्यौं आते हो ।

                                      

कंस मरा, रावण हारा, दुर्योधन का संहार भला 

फिर भि पाप के बौझ से भारि हे धरातला, 

फिर तुम क्यौं आते हो।                         


मन भि त्रस्त तन भि त्रस्त यै कैसा  ऊलझन हे , 

कया सच  सहि मै कमजोर हे, पाप  ईतना पुरजोर हे, 

फिर तुम क्यौं आते हो।

                   

ईस बार आना भले मत जाना , 

जड सै मिटादो ईस पाप को , अंत करादो इस झुठ को, 

सच हि सच हो, पुण्य हि पुण्य हो , 


फिर तुम क्यौं नहि आते हो ।


By Debendra Rath 

Wednesday, May 26, 2021

ଋଷିୟାଣୀ ୨

 ଋଷିୟାଣୀ- ଭାଗ 2

ଗତ ଦୁଇ ଦିନ ତଳେ Facebook ରେ ଅଳ୍ପ ଗଳ୍ପ ଗ୍ରୁପରେ ଏହି ଲେଖା ଦେଇଥିଲି ଏବଂ ମୋ Timeline ରେ ମଧ୍ୟ post କରିଥିଲି। ଅନେକ ପସନ୍ଦ କରିଥିଲେ, ପ୍ରସଂଶା ଓ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଲେଖା ଟି ପାଠକ ଙ୍କ ଦ୍ବାରା ଏତେ ଆଦୃତ ହେବ ଵୋଲି ଭାଵି ନଥିଲି।


ଯେତେଵେଳେ ଜଣେ ପାଠକ ଶ୍ରୀଯୁକ୍ତ ଶରତଚନ୍ଦ୍ର ଵ୍ରହ୍ମା messenger ରେ ଫୋନ ନମ୍ଵର ମାଗି ମୋ ସହ କଥା ହେଲେ, ଆଶ୍ଚର୍ଯ୍ୟ ର ସିମା ରହିଲା ନାହିଁ। ମୁଁ ଲେଖି ଥିବା "ଋଷିୟାଣୀ" ଶିର୍ଷକ ଲେଖା ଟି ତାଙ୍କୁ ଓ ତାଙ୍କର ସମସ୍ତ ପରିବାର ଲୋକଙ୍କୁ ପ୍ରଭାଵିତ କରିଥିଲା।ଫୋନରେ ଆମେ ଅନେକ ସମୟ କଥା ହେଇଥିଲୁ, ଲାଗୁଥାଏ ଯେପରି ଅନେକ ଦିନ ତଳର ଦୁଇ ଵଂନ୍ଧୁ କଥା ହେଉଛୁ। 


ସେ ମୋର ମତାମତ ଲୋଡି ପଚାରିଲେ ଆଞା ଏଵେ କ'ଣ କରିଵୁ। ପୁଅ ର ଵ୍ରତ ଘର ତିଥି ଵାହାରି ସାରିଛି, ଆଶ୍ଚର୍ଯ୍ୟ ହେଲା ଆପଣ ଲେଖିଥିବା ପ୍ରାୟତଃ ସଵୁ ଆୟୋଜନ କରିବା ପାଇଁ ଚିନ୍ତା କରିଥିଲୁ ଏବଂ କିଛି ଜଣଙ୍କୁ  advance  ମଧ୍ୟ ଦେଇ ସାରିଛୁ କିନ୍ତୁ ଆପଣଙ୍କ ଲେଖାଟି ପଢିଲା ପରେ ଆଦୌ ସେପରି କରିବା ପାଇଁ ଆମେ ସପତ୍ନି ଅନିଚ୍ଛୁକ। ଏସବୁ ବୃଥା ଆଡମ୍ଵର ପରିବର୍ତ୍ତେ କ'ଣ କଲେ ଭଲ ହୁଅନ୍ତା। 


କ'ଣ ଉତ୍ତର ଦେଵି ଵୋଲି ଭାଵି ନିଜର ସାଧାରଣ ଞାନ ରୁ କହିଲି । ଋଷିୟାଣୀ ପର୍ଵ ଟି ସରିଲା ପରେ ଵ୍ରାହ୍ମଣ ମାନଙ୍କ ଦ୍ବାରା ଏକ ଫୁଲସଭା ର ଆୟୋଜନ ହୁଏ, ଆଜି କାଲି ଏହାକୁ ସମସ୍ତେ ଭୁଲି ସାରିଲେଣି। ଏ ଥିରେ ବ୍ରାହ୍ମଣ ମାନେ ଦୁଇ ଭାଗରେ ଵସନ୍ତି, ଶାସ୍ତ୍ର ଓ ଶ୍ଳୋକ ପଢାଯାଏ, ଏକ ପ୍ରକାର ଭଗଵତ ଚର୍ଚ୍ଚା ହୁଏ, ଵ୍ରହ୍ମଚାରୀ ସମସ୍ତ ଙ୍କ ଠୁ ଆଶ୍ରିବାଦ ଲାଭ କରେ। ଆପଣ ଯଦି ପାରିବେ ତେବେ କିଛି ପାରମ୍ପରିକ ନୃତ୍ୟ, କଳା ଯଥା ପାଲା, ଦାସକାଠିଆ, ଘୋଡାନାଚ ଇତ୍ୟାଦିର ଆୟୋଜନ କରନ୍ତୁ। ମନୋରଞ୍ଜନ ସହ ସଂସ୍କୃତି ମଧ୍ୟ ଵଂଚି ରହିବ। ଵେଦ ପାଠ କରାନ୍ତୁ। ଆଉ ମୁଖ୍ୟ କଥା ଟି ହେଲା ଭୋଜି ଭାତ ଯାହାକି ଆପଣଙ୍କ ସଂପୂର୍ଣ୍ଣ ନିଜସ୍ୱ ଇଛା। ତଥାପି କହି ରଖେ ଯଦି ଆପଣ ପାରିବେ ତେବେ ନିରାମିଷ ଭୋଜନ ର ଆୟୋଜନ କରନ୍ତୁ, ଘର ପାଖରେ ଥିବା କୌଣସି ଦେବାଦେଵୀ ଙ୍କ ମନ୍ଦିରର ରେ ଭୋଗ ଲଗାଇବା ପାଇଁ ଚେଷ୍ଟା କଲେ ଭଲ। 


ପ୍ରକୃତରେ ଅତିଥି ମାନେ ଆମ ଠାରୁ କିଛି ଆଶା କରି ଆସିନଥାନ୍ତି, ଆପଣଙ୍କ ଆତିଥୟତା ନିର୍ମଳ, ନିଷ୍କପଟ ଏବଂ ହାର୍ଧିକ ହେବା ଦରକାର। 


ମୋର ଏପରି କଥା ଶୁଣି ପାଠକ ବଂନ୍ଧୁ ଗଦଗଦ୍ ହେଲା ପରି ଲାଗୁଥିଲା ଓ ଅବଶେଷ ରେ ସେ ମୋତେ ତାଙ୍କ ପୁଅର ଵ୍ରତ ଘରକୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ଏପରି ଏକ ସୁଖଦ ଅନୁଭୂତି କୁ ଆପଣ ମାନଙ୍କ ସହ  share  କରୁଥିବାରୁ ଆମ୍ଭେ ମଧ୍ୟ ଗଦ୍ ଗଦ୍। 


ଦେବେନ୍ଦ୍ର ରଥ। 


ଋଷିୟାଣୀ

 ଵହୁତ ବର୍ଷ ପରେ ଵନ୍ଧୁ ଙ୍କ ଫୋନ୍ ଶୁଣି ଆନନ୍ଦ ଲାଗିଲା। କଲେଜ ପରେ ଆଉ କେବେ ଦେଖା ହୋଇ ନଥିଲା। କେବଳ ଶୁଣି ଥିଲି ସେ କୁଆଡ଼େ ଵିଦେଶ ରେ ଅଛନ୍ତି। ଫୋନ୍ ରେ କିଛି ସମୟ ଧରି କଥା ହେଲା ପରେ ସେ ତାଙ୍କ ପୁଅର ବ୍ରତ ଘର ପାଇଁ ସପରିବାର ନିମନ୍ତ୍ରଣ କଲେ, କାର୍ଯ୍ୟ ଵ୍ୟସ୍ଥତା ଯୋଗୁଁ ସାକ୍ଷାତ କରି ପାରୁନାହାନ୍ତି ଵୋଲି ଦୁଃଖ ପ୍ରକାଶ କରିଥିଲେ। ମନରେ କୈୗଣସି ଦ୍ଵନ୍ଦ ନରଖି ଏକା ଯିଵା ପାଇଁ ସ୍ଥିର କଲି। 


ବ୍ରତୋପନୟନ ର ଆୟୋଜନ ପୁରୀ ର ଏକ ତାରକା ହୋଟେଲ ରେ ହୋଇଥିଲା। ସଂଧ୍ୟା ରେ ହୋଟେଲ ରେ ପହଞ୍ଚିଲା ଵେଳକୁ ହୋଟେଲ ସମ୍ମୁଖରେ ଵିରାଟ ପଟୁଆର। ଶହ ଶହ ସଂଖ୍ୟାରେ ଲୋକ ଛିଡ଼ା ହୋଇଛନ୍ତି। ସେ ସମୟରେ ଵଂନ୍ଧୁ ଦେଖି ଦେଲେ, ଅତି ଆଦରରେ କୁଣ୍ଢାଇ ପକେଇଲେ। ଆଗ ପଛ ଚାହିଁ ମୁଁ ଏକା ଆସିଛି ବୋଲି ପଚାରିଲେ, ଝିଅ ର ପରୀକ୍ଷା ପାଇଁ ପରିବାର କୁ ଆଣି ପାରି ନାହିଁ ବୋଲି କହିଲି। ଠିକ୍ ଅଛି ଠିକ୍ ସମୟରେ ଆସିଛ ଏବେ ପୁଅର ଋଷିୟାଣୀ ଵାହାରିବ, ମନ୍ଦିର ଚାରି ପଟ ବୁଲି ପୁଣି ହୋଟେଲ କୁ ଫେରିଵ, ପୁଅ ପଛେ ପଛେ ବଂନ୍ଧୁ ଟିକିଏ ରହିବ, ଖୁସି ଲାଗିବ। ବଂନ୍ଧୁ ଙ୍କ ଯଥାଗ୍ରହ ଦେଖି କଥା ଏଡେଈ ପାରିଲି ନାହିଁ। 

ଏତେ ବାଟ ଚାଲି ଚାଲି ଯିବାକୁ ହେବ ହୋଟେଲ ଠାରୁ ମନ୍ଦିର ପାଖାପାଖି ଦଶ ଵାର କିଲୋମିଟର ତଥାପି ଅନିଚ୍ଛା ସତ୍ତ୍ବେ ଯିବା ପାଇଁ ସ୍ଥିର କଲି। 

ପଟୁଆର ଉପରେ ଆଖି ବୁଲେଇ ଆଣିଲି, କମ୍ ରୁ କମ୍ ଦୁଇ ଶହ ଲୋକ ଙ୍କ ଭିଡ, ସୁସଜ୍ଜିତ ଘୋଡ଼ା ଗାଡି, କଟକର ଵ୍ୟାଣ୍ଡ , ବ୍ରହ୍ମପୁର ର ସଂଖୁଆ ମାନେ, ଆମ ପୁରୀର ନାଗା ବାଜା, ଵନାଟୀ ବୁଲାଳୀ, ତିନି ପ୍ରକାର ର ଆଲୋକ ସୁସଜ୍ଜିତ ଟ୍ରଲି, ସର୍ବାଗ୍ରେ ଘଣ୍ଟୁଆ ସମୁହ ଏବଂ ପଛରେ ଡି ଜେ। ଏସବୁ ଭିତରେ ନବ ଵ୍ରହ୍ମଚାରୀ ଅତି ସୁନ୍ଦର ଦିଶୁଥାଏ। ପୁଅ କୌଣସି ରାଜକୁମାର ଠାରୁ କମ୍ ଦିଶୁ ନଥାଏ। ବ୍ୟାଣ୍ଡ ଵାଜା ତା ସାଙ୍ଗକୁ ଆକାଶ ଚୁମ୍ବୀ ଵାଣ ର ଉଦଘୋଷ ରେ ଋଷିୟାଣୀ ଵାହାରିଲା। ଯେପରି ଲାଗୁଥିଲା  କୌଣସି ରାଜା ମହାରାଜା ଙ୍କ ଵିଜୟ ଉତ୍ସବ ଠିକ୍ ଏହି ପରି ହେଉଥିବ, ସେ ସୌଭାଗ୍ୟ ଆମର ଵା କାହିଁ। 

ହଠାତ୍ ମୋର ଵ୍ରତ ଘର କଥା ମନ ପଡ଼ିଲା। ଵ୍ରତ ଘର ପୂର୍ଵ ରୁ ମୁଁ ଜିଦି ଧରି ଥିଲି ଯେ ଘୋଡ଼ା ଗାଡି ରେ ଯିଵି। ନନା ଵୋଉ ବହୁତ ଵୁଝାଇଥିଲେ ଯେ ଵ୍ରହ୍ମଚାରୀ ଙ୍କୁ ଋଷିୟୀଣୀ ରେ ଚାଲି ଚାଲି ଯିବାକୁ ପଡିଥାଏ, ତେବେ ଭାଇନା କାହିଁକି ଘୋଡ଼ା ଗାଡି ରେ ଯାଇ ଥିଲା। ଏଥି ପାଇଁ ଵୋଉ କହିଲା ତା ଗୋଟେ ଭୁଲ ନିଷ୍ପତ୍ତି ଥିଲା ତେଣୁ ତୋ ସମୟରେ ଏପରି କରିଵା ନାହିଁ। ମୋ ମନ ବୁଝୁ ନଥାଏ, ଘରେ ପ୍ରତିରୋଧ ଆରମ୍ଭ କରିଦେଲି। 

ତା ପରେ କଥା ଗଲା ପିଇସା ଙ୍କ ପାଖକୁ, ସେ ଦିନ ତାଙ୍କ ସହିତ ପୋଖରୀ କୁ ଗାଧୋଇବାକୁ ଯାଇ ଥାଏ। ବ୍ରତ ଘର ପୂର୍ବ ରୁ ନିଜ ସଂମ୍ଭନ୍ଦିୟ ମାନେ ଘର କୁ ବଡୁ ହେଉଥିବା ପୁଅକୁ ଶୁଖୁଆ ଖାଇବା ପାଇଁ ଡାକିଥାନ୍ତି। ମୋ ପିଇସା ଜଣେ ଶିକ୍ଷକ ଥିଲେ ,ପଚାରିଲେ ତୁ କଣ ଜିଦି ଧରିଛୁ ମୁଁ ଶୁଣିଲି। ଜାଣିଛୁ ଋଷିୟାଣୀର ମାନେ କ'ଣ। 


ଵ୍ରତଘର, ବଡୁଘର ଵା ବ୍ରତୋପନୟନ ଏହା ଏକ ଵୈଦିକ ଅନୁଷ୍ଠାନ, କୌଣସି ଯାତ୍ରା ନୁହେଁ। ନୀତି ନିୟମ ଅନୁସାରେ ଏହା କରାଯାଏ। ଶୈଶବ ସରୁ ସରୁ ଵ୍ରାହ୍ମଣ ହେଉ ବା କ୍ଷତ୍ରିୟ ଵା ଅନ୍ୟ କେହି ପଇତା ଧାରଣ କରିଥାନ୍ତି। ଏ ଅନୁଷ୍ଠାନ ଦଶକର୍ମ ରେ ସମାପନ ହୁଏ। ଋଷିୟାଣୀ ଏଥିରେ ଏକ ସଂଯୋଗ ମାତ୍ର। ପଇତା ପଡିଲା ପରେ ଵାଳକ ଟିକୁ ଵ୍ରହ୍ମଚାରୀ ଵୋଲି କୁହାଯାଏ କାରଣ ସେ ଵ୍ରହ୍ମ କୁ ଚିହ୍ନି ବାର ବୟସରେ ପହଞ୍ଚି ସାରିଛି। ଗୁରୁ ମନ୍ତ୍ର ନେଲା ପରେ ବ୍ରହ୍ମଚାରୀ  ଟି ଉନ୍ମାଦିତ, ଉଦ୍ଵେଳିତ ହୋଇ ଯାଏ, ସଂସାର ତ୍ୟାଗ କରିଵା ପାଇଁ ଚିନ୍ତା କରି ଵ୍ରତ ବେଦି ରୁ ସମସ୍ତ ଙ୍କ ଆଢୁଆଳରେ ଲୁଚି ଘର ଠୁ ଦୌଡ଼ି ପଳାଏ। ମାମୁ ଯେ କି ଅତି ସ୍ନେହ ଓ ଆଦର କରନ୍ତି ସେ ତାକୁ ବୁଝା ସୁଝା କରନ୍ତି, ଯଦି ତୁ ସଂସାର ତ୍ୟାଗ କରିବୁ ତେଵେ ତୋ ବୃଦ୍ଧ ମାତା ପିତା କେମିତି ବଞ୍ଚିବେ। ତୋ ସାତ ପୁରୁଷ କିପରି ପାଣି ପାଇବେ। ତୁ ଭଗବାନ ଙ୍କୁ ଆରାଧ୍ୟ କର କିନ୍ତୁ ଭୁଲିଯାନା ଯେ ଆମ ପାଇଁ ପିତା ଓ ମାତା ହିଁ ପ୍ରଥମେ ଦେବତା। ଏପରି ମଧୁର ବଚନ ଶୁଣି ସନ୍ତୋଷ ଲାଭ କରି ସେ ପୁଣି ଫେରି ଆସେ ଆଉ ଏହାକୁ ହିଁ କହିଥାନ୍ତି ଋଷିୟାଣୀ। କାରଣ ଋଷି କରି ଯାଉଥିବା ଵାଳକ ଟି ଫେରି ଆସେ। ମାମୁଁ ସଂସାର ମୋହରେ ଵାନ୍ଧିବା ପାଇଁ ଵାହାଘର ର ପ୍ରସ୍ତାବ ରଖନ୍ତି ଆଉ ପଚାରନ୍ତି କେତେଟା ଵାହା ହେତୁ। 


କିନ୍ତୁ ଆଜି ର ଦିନ ରେ ଏହା ଏକ ମହା ଆଡ଼ମ୍ବର ପାଲଟିଛି। ବ୍ରତ ର ମୁଖ୍ୟ ଆକର୍ଷଣ ଋଷିୟାଣୀ, ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ। 


ଏତେ ସବୁ ଭାଵି ଭାଵି ପଟୁଆର ପଛରେ ଚାଲି ଚାଲି ଆଖି ଖୋଲେତ ପତିତପାବନ। ମୁଣ୍ଡିଆ ଟେ ମାରିଲି। ପୁଣି ହୋଟେଲ କୁ ଫେରିବା ପାଇଁ ଇଚ୍ଛା ନଥିଵା ସତ୍ଵେ ଗାଡ଼ି ଟି ଆଣିବା କୁ ପଡିବ, ଅଟୋ କରି ହୋଟେଲ ରେ ପହଞ୍ଚିଲି। ସେଠି ଆଉ କେତେକ ପୁରୁଣା ସାଗଂ ମାନଙ୍କୁ ଭେଟିଲି, ମୋ ଅନୁରୁପ ସେମାନଙ୍କୁ ମଧ୍ୟ ଋଷିୟାଣୀ ପଛରେ ଯିବା ପାଇଁ ଅନୁରୋଧ ହୋଇ ଥିଲା କିନ୍ତୁ ସେମାନେ ସମୁଦ୍ର ର ଲୋଭ ଛାଡ଼ି ନ ଥିଲେ। ଯାହା ହେଉ ସମସ୍ତେ ଏକାଠି ହୋଇ ହୋଟେଲ ରେ ପ୍ରବେଶ କଲୁ।  ସେଠାରେ ଚେକି ଵାନ୍ଧି ବସିଥିବା କିଛି ମହିଳାଙ୍କ ହାତରେ ଖାମ ଟି ଦେଲି। 


ସେଠାର ଆୟୋଜନ ଆହୁରି ଆଖି ଖୋସା। ବନାରସ ପାନ, ମଥୁରା ପେଡା, ପାହାଳ ରସଗୋଲା ଆଉ ଯେ କେତେ କ'ଣ ସାଗଂ ମାନଙ୍କ ଠୁ ଶୁଣିଲି। ଆଉ ନିରାମିଷ ପାଇଁ ଅବଢା ହେଇଛି। ସେ କୋଣ କୁ ଯାଏ ତ ଜଣେ ମାତ୍ର ପରଷିଵା ପାଇଁ, 

ମହାପ୍ରଭୁ ଙ୍କ ମହାପ୍ରସାଦ ଖାଇ ଆନନ୍ଦେ ଵାହୁଡିଲି। 


ଦେବେନ୍ଦ୍ର ରଥ