Wednesday, May 26, 2021

ଋଷିୟାଣୀ

 ଵହୁତ ବର୍ଷ ପରେ ଵନ୍ଧୁ ଙ୍କ ଫୋନ୍ ଶୁଣି ଆନନ୍ଦ ଲାଗିଲା। କଲେଜ ପରେ ଆଉ କେବେ ଦେଖା ହୋଇ ନଥିଲା। କେବଳ ଶୁଣି ଥିଲି ସେ କୁଆଡ଼େ ଵିଦେଶ ରେ ଅଛନ୍ତି। ଫୋନ୍ ରେ କିଛି ସମୟ ଧରି କଥା ହେଲା ପରେ ସେ ତାଙ୍କ ପୁଅର ବ୍ରତ ଘର ପାଇଁ ସପରିବାର ନିମନ୍ତ୍ରଣ କଲେ, କାର୍ଯ୍ୟ ଵ୍ୟସ୍ଥତା ଯୋଗୁଁ ସାକ୍ଷାତ କରି ପାରୁନାହାନ୍ତି ଵୋଲି ଦୁଃଖ ପ୍ରକାଶ କରିଥିଲେ। ମନରେ କୈୗଣସି ଦ୍ଵନ୍ଦ ନରଖି ଏକା ଯିଵା ପାଇଁ ସ୍ଥିର କଲି। 


ବ୍ରତୋପନୟନ ର ଆୟୋଜନ ପୁରୀ ର ଏକ ତାରକା ହୋଟେଲ ରେ ହୋଇଥିଲା। ସଂଧ୍ୟା ରେ ହୋଟେଲ ରେ ପହଞ୍ଚିଲା ଵେଳକୁ ହୋଟେଲ ସମ୍ମୁଖରେ ଵିରାଟ ପଟୁଆର। ଶହ ଶହ ସଂଖ୍ୟାରେ ଲୋକ ଛିଡ଼ା ହୋଇଛନ୍ତି। ସେ ସମୟରେ ଵଂନ୍ଧୁ ଦେଖି ଦେଲେ, ଅତି ଆଦରରେ କୁଣ୍ଢାଇ ପକେଇଲେ। ଆଗ ପଛ ଚାହିଁ ମୁଁ ଏକା ଆସିଛି ବୋଲି ପଚାରିଲେ, ଝିଅ ର ପରୀକ୍ଷା ପାଇଁ ପରିବାର କୁ ଆଣି ପାରି ନାହିଁ ବୋଲି କହିଲି। ଠିକ୍ ଅଛି ଠିକ୍ ସମୟରେ ଆସିଛ ଏବେ ପୁଅର ଋଷିୟାଣୀ ଵାହାରିବ, ମନ୍ଦିର ଚାରି ପଟ ବୁଲି ପୁଣି ହୋଟେଲ କୁ ଫେରିଵ, ପୁଅ ପଛେ ପଛେ ବଂନ୍ଧୁ ଟିକିଏ ରହିବ, ଖୁସି ଲାଗିବ। ବଂନ୍ଧୁ ଙ୍କ ଯଥାଗ୍ରହ ଦେଖି କଥା ଏଡେଈ ପାରିଲି ନାହିଁ। 

ଏତେ ବାଟ ଚାଲି ଚାଲି ଯିବାକୁ ହେବ ହୋଟେଲ ଠାରୁ ମନ୍ଦିର ପାଖାପାଖି ଦଶ ଵାର କିଲୋମିଟର ତଥାପି ଅନିଚ୍ଛା ସତ୍ତ୍ବେ ଯିବା ପାଇଁ ସ୍ଥିର କଲି। 

ପଟୁଆର ଉପରେ ଆଖି ବୁଲେଇ ଆଣିଲି, କମ୍ ରୁ କମ୍ ଦୁଇ ଶହ ଲୋକ ଙ୍କ ଭିଡ, ସୁସଜ୍ଜିତ ଘୋଡ଼ା ଗାଡି, କଟକର ଵ୍ୟାଣ୍ଡ , ବ୍ରହ୍ମପୁର ର ସଂଖୁଆ ମାନେ, ଆମ ପୁରୀର ନାଗା ବାଜା, ଵନାଟୀ ବୁଲାଳୀ, ତିନି ପ୍ରକାର ର ଆଲୋକ ସୁସଜ୍ଜିତ ଟ୍ରଲି, ସର୍ବାଗ୍ରେ ଘଣ୍ଟୁଆ ସମୁହ ଏବଂ ପଛରେ ଡି ଜେ। ଏସବୁ ଭିତରେ ନବ ଵ୍ରହ୍ମଚାରୀ ଅତି ସୁନ୍ଦର ଦିଶୁଥାଏ। ପୁଅ କୌଣସି ରାଜକୁମାର ଠାରୁ କମ୍ ଦିଶୁ ନଥାଏ। ବ୍ୟାଣ୍ଡ ଵାଜା ତା ସାଙ୍ଗକୁ ଆକାଶ ଚୁମ୍ବୀ ଵାଣ ର ଉଦଘୋଷ ରେ ଋଷିୟାଣୀ ଵାହାରିଲା। ଯେପରି ଲାଗୁଥିଲା  କୌଣସି ରାଜା ମହାରାଜା ଙ୍କ ଵିଜୟ ଉତ୍ସବ ଠିକ୍ ଏହି ପରି ହେଉଥିବ, ସେ ସୌଭାଗ୍ୟ ଆମର ଵା କାହିଁ। 

ହଠାତ୍ ମୋର ଵ୍ରତ ଘର କଥା ମନ ପଡ଼ିଲା। ଵ୍ରତ ଘର ପୂର୍ଵ ରୁ ମୁଁ ଜିଦି ଧରି ଥିଲି ଯେ ଘୋଡ଼ା ଗାଡି ରେ ଯିଵି। ନନା ଵୋଉ ବହୁତ ଵୁଝାଇଥିଲେ ଯେ ଵ୍ରହ୍ମଚାରୀ ଙ୍କୁ ଋଷିୟୀଣୀ ରେ ଚାଲି ଚାଲି ଯିବାକୁ ପଡିଥାଏ, ତେବେ ଭାଇନା କାହିଁକି ଘୋଡ଼ା ଗାଡି ରେ ଯାଇ ଥିଲା। ଏଥି ପାଇଁ ଵୋଉ କହିଲା ତା ଗୋଟେ ଭୁଲ ନିଷ୍ପତ୍ତି ଥିଲା ତେଣୁ ତୋ ସମୟରେ ଏପରି କରିଵା ନାହିଁ। ମୋ ମନ ବୁଝୁ ନଥାଏ, ଘରେ ପ୍ରତିରୋଧ ଆରମ୍ଭ କରିଦେଲି। 

ତା ପରେ କଥା ଗଲା ପିଇସା ଙ୍କ ପାଖକୁ, ସେ ଦିନ ତାଙ୍କ ସହିତ ପୋଖରୀ କୁ ଗାଧୋଇବାକୁ ଯାଇ ଥାଏ। ବ୍ରତ ଘର ପୂର୍ବ ରୁ ନିଜ ସଂମ୍ଭନ୍ଦିୟ ମାନେ ଘର କୁ ବଡୁ ହେଉଥିବା ପୁଅକୁ ଶୁଖୁଆ ଖାଇବା ପାଇଁ ଡାକିଥାନ୍ତି। ମୋ ପିଇସା ଜଣେ ଶିକ୍ଷକ ଥିଲେ ,ପଚାରିଲେ ତୁ କଣ ଜିଦି ଧରିଛୁ ମୁଁ ଶୁଣିଲି। ଜାଣିଛୁ ଋଷିୟାଣୀର ମାନେ କ'ଣ। 


ଵ୍ରତଘର, ବଡୁଘର ଵା ବ୍ରତୋପନୟନ ଏହା ଏକ ଵୈଦିକ ଅନୁଷ୍ଠାନ, କୌଣସି ଯାତ୍ରା ନୁହେଁ। ନୀତି ନିୟମ ଅନୁସାରେ ଏହା କରାଯାଏ। ଶୈଶବ ସରୁ ସରୁ ଵ୍ରାହ୍ମଣ ହେଉ ବା କ୍ଷତ୍ରିୟ ଵା ଅନ୍ୟ କେହି ପଇତା ଧାରଣ କରିଥାନ୍ତି। ଏ ଅନୁଷ୍ଠାନ ଦଶକର୍ମ ରେ ସମାପନ ହୁଏ। ଋଷିୟାଣୀ ଏଥିରେ ଏକ ସଂଯୋଗ ମାତ୍ର। ପଇତା ପଡିଲା ପରେ ଵାଳକ ଟିକୁ ଵ୍ରହ୍ମଚାରୀ ଵୋଲି କୁହାଯାଏ କାରଣ ସେ ଵ୍ରହ୍ମ କୁ ଚିହ୍ନି ବାର ବୟସରେ ପହଞ୍ଚି ସାରିଛି। ଗୁରୁ ମନ୍ତ୍ର ନେଲା ପରେ ବ୍ରହ୍ମଚାରୀ  ଟି ଉନ୍ମାଦିତ, ଉଦ୍ଵେଳିତ ହୋଇ ଯାଏ, ସଂସାର ତ୍ୟାଗ କରିଵା ପାଇଁ ଚିନ୍ତା କରି ଵ୍ରତ ବେଦି ରୁ ସମସ୍ତ ଙ୍କ ଆଢୁଆଳରେ ଲୁଚି ଘର ଠୁ ଦୌଡ଼ି ପଳାଏ। ମାମୁ ଯେ କି ଅତି ସ୍ନେହ ଓ ଆଦର କରନ୍ତି ସେ ତାକୁ ବୁଝା ସୁଝା କରନ୍ତି, ଯଦି ତୁ ସଂସାର ତ୍ୟାଗ କରିବୁ ତେଵେ ତୋ ବୃଦ୍ଧ ମାତା ପିତା କେମିତି ବଞ୍ଚିବେ। ତୋ ସାତ ପୁରୁଷ କିପରି ପାଣି ପାଇବେ। ତୁ ଭଗବାନ ଙ୍କୁ ଆରାଧ୍ୟ କର କିନ୍ତୁ ଭୁଲିଯାନା ଯେ ଆମ ପାଇଁ ପିତା ଓ ମାତା ହିଁ ପ୍ରଥମେ ଦେବତା। ଏପରି ମଧୁର ବଚନ ଶୁଣି ସନ୍ତୋଷ ଲାଭ କରି ସେ ପୁଣି ଫେରି ଆସେ ଆଉ ଏହାକୁ ହିଁ କହିଥାନ୍ତି ଋଷିୟାଣୀ। କାରଣ ଋଷି କରି ଯାଉଥିବା ଵାଳକ ଟି ଫେରି ଆସେ। ମାମୁଁ ସଂସାର ମୋହରେ ଵାନ୍ଧିବା ପାଇଁ ଵାହାଘର ର ପ୍ରସ୍ତାବ ରଖନ୍ତି ଆଉ ପଚାରନ୍ତି କେତେଟା ଵାହା ହେତୁ। 


କିନ୍ତୁ ଆଜି ର ଦିନ ରେ ଏହା ଏକ ମହା ଆଡ଼ମ୍ବର ପାଲଟିଛି। ବ୍ରତ ର ମୁଖ୍ୟ ଆକର୍ଷଣ ଋଷିୟାଣୀ, ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ। 


ଏତେ ସବୁ ଭାଵି ଭାଵି ପଟୁଆର ପଛରେ ଚାଲି ଚାଲି ଆଖି ଖୋଲେତ ପତିତପାବନ। ମୁଣ୍ଡିଆ ଟେ ମାରିଲି। ପୁଣି ହୋଟେଲ କୁ ଫେରିବା ପାଇଁ ଇଚ୍ଛା ନଥିଵା ସତ୍ଵେ ଗାଡ଼ି ଟି ଆଣିବା କୁ ପଡିବ, ଅଟୋ କରି ହୋଟେଲ ରେ ପହଞ୍ଚିଲି। ସେଠି ଆଉ କେତେକ ପୁରୁଣା ସାଗଂ ମାନଙ୍କୁ ଭେଟିଲି, ମୋ ଅନୁରୁପ ସେମାନଙ୍କୁ ମଧ୍ୟ ଋଷିୟାଣୀ ପଛରେ ଯିବା ପାଇଁ ଅନୁରୋଧ ହୋଇ ଥିଲା କିନ୍ତୁ ସେମାନେ ସମୁଦ୍ର ର ଲୋଭ ଛାଡ଼ି ନ ଥିଲେ। ଯାହା ହେଉ ସମସ୍ତେ ଏକାଠି ହୋଇ ହୋଟେଲ ରେ ପ୍ରବେଶ କଲୁ।  ସେଠାରେ ଚେକି ଵାନ୍ଧି ବସିଥିବା କିଛି ମହିଳାଙ୍କ ହାତରେ ଖାମ ଟି ଦେଲି। 


ସେଠାର ଆୟୋଜନ ଆହୁରି ଆଖି ଖୋସା। ବନାରସ ପାନ, ମଥୁରା ପେଡା, ପାହାଳ ରସଗୋଲା ଆଉ ଯେ କେତେ କ'ଣ ସାଗଂ ମାନଙ୍କ ଠୁ ଶୁଣିଲି। ଆଉ ନିରାମିଷ ପାଇଁ ଅବଢା ହେଇଛି। ସେ କୋଣ କୁ ଯାଏ ତ ଜଣେ ମାତ୍ର ପରଷିଵା ପାଇଁ, 

ମହାପ୍ରଭୁ ଙ୍କ ମହାପ୍ରସାଦ ଖାଇ ଆନନ୍ଦେ ଵାହୁଡିଲି। 


ଦେବେନ୍ଦ୍ର ରଥ 


No comments:

Post a Comment