ଋଷିୟାଣୀ- ଭାଗ 2
ଗତ ଦୁଇ ଦିନ ତଳେ Facebook ରେ ଅଳ୍ପ ଗଳ୍ପ ଗ୍ରୁପରେ ଏହି ଲେଖା ଦେଇଥିଲି ଏବଂ ମୋ Timeline ରେ ମଧ୍ୟ post କରିଥିଲି। ଅନେକ ପସନ୍ଦ କରିଥିଲେ, ପ୍ରସଂଶା ଓ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଲେଖା ଟି ପାଠକ ଙ୍କ ଦ୍ବାରା ଏତେ ଆଦୃତ ହେବ ଵୋଲି ଭାଵି ନଥିଲି।
ଯେତେଵେଳେ ଜଣେ ପାଠକ ଶ୍ରୀଯୁକ୍ତ ଶରତଚନ୍ଦ୍ର ଵ୍ରହ୍ମା messenger ରେ ଫୋନ ନମ୍ଵର ମାଗି ମୋ ସହ କଥା ହେଲେ, ଆଶ୍ଚର୍ଯ୍ୟ ର ସିମା ରହିଲା ନାହିଁ। ମୁଁ ଲେଖି ଥିବା "ଋଷିୟାଣୀ" ଶିର୍ଷକ ଲେଖା ଟି ତାଙ୍କୁ ଓ ତାଙ୍କର ସମସ୍ତ ପରିବାର ଲୋକଙ୍କୁ ପ୍ରଭାଵିତ କରିଥିଲା।ଫୋନରେ ଆମେ ଅନେକ ସମୟ କଥା ହେଇଥିଲୁ, ଲାଗୁଥାଏ ଯେପରି ଅନେକ ଦିନ ତଳର ଦୁଇ ଵଂନ୍ଧୁ କଥା ହେଉଛୁ।
ସେ ମୋର ମତାମତ ଲୋଡି ପଚାରିଲେ ଆଞା ଏଵେ କ'ଣ କରିଵୁ। ପୁଅ ର ଵ୍ରତ ଘର ତିଥି ଵାହାରି ସାରିଛି, ଆଶ୍ଚର୍ଯ୍ୟ ହେଲା ଆପଣ ଲେଖିଥିବା ପ୍ରାୟତଃ ସଵୁ ଆୟୋଜନ କରିବା ପାଇଁ ଚିନ୍ତା କରିଥିଲୁ ଏବଂ କିଛି ଜଣଙ୍କୁ advance ମଧ୍ୟ ଦେଇ ସାରିଛୁ କିନ୍ତୁ ଆପଣଙ୍କ ଲେଖାଟି ପଢିଲା ପରେ ଆଦୌ ସେପରି କରିବା ପାଇଁ ଆମେ ସପତ୍ନି ଅନିଚ୍ଛୁକ। ଏସବୁ ବୃଥା ଆଡମ୍ଵର ପରିବର୍ତ୍ତେ କ'ଣ କଲେ ଭଲ ହୁଅନ୍ତା।
କ'ଣ ଉତ୍ତର ଦେଵି ଵୋଲି ଭାଵି ନିଜର ସାଧାରଣ ଞାନ ରୁ କହିଲି । ଋଷିୟାଣୀ ପର୍ଵ ଟି ସରିଲା ପରେ ଵ୍ରାହ୍ମଣ ମାନଙ୍କ ଦ୍ବାରା ଏକ ଫୁଲସଭା ର ଆୟୋଜନ ହୁଏ, ଆଜି କାଲି ଏହାକୁ ସମସ୍ତେ ଭୁଲି ସାରିଲେଣି। ଏ ଥିରେ ବ୍ରାହ୍ମଣ ମାନେ ଦୁଇ ଭାଗରେ ଵସନ୍ତି, ଶାସ୍ତ୍ର ଓ ଶ୍ଳୋକ ପଢାଯାଏ, ଏକ ପ୍ରକାର ଭଗଵତ ଚର୍ଚ୍ଚା ହୁଏ, ଵ୍ରହ୍ମଚାରୀ ସମସ୍ତ ଙ୍କ ଠୁ ଆଶ୍ରିବାଦ ଲାଭ କରେ। ଆପଣ ଯଦି ପାରିବେ ତେବେ କିଛି ପାରମ୍ପରିକ ନୃତ୍ୟ, କଳା ଯଥା ପାଲା, ଦାସକାଠିଆ, ଘୋଡାନାଚ ଇତ୍ୟାଦିର ଆୟୋଜନ କରନ୍ତୁ। ମନୋରଞ୍ଜନ ସହ ସଂସ୍କୃତି ମଧ୍ୟ ଵଂଚି ରହିବ। ଵେଦ ପାଠ କରାନ୍ତୁ। ଆଉ ମୁଖ୍ୟ କଥା ଟି ହେଲା ଭୋଜି ଭାତ ଯାହାକି ଆପଣଙ୍କ ସଂପୂର୍ଣ୍ଣ ନିଜସ୍ୱ ଇଛା। ତଥାପି କହି ରଖେ ଯଦି ଆପଣ ପାରିବେ ତେବେ ନିରାମିଷ ଭୋଜନ ର ଆୟୋଜନ କରନ୍ତୁ, ଘର ପାଖରେ ଥିବା କୌଣସି ଦେବାଦେଵୀ ଙ୍କ ମନ୍ଦିରର ରେ ଭୋଗ ଲଗାଇବା ପାଇଁ ଚେଷ୍ଟା କଲେ ଭଲ।
ପ୍ରକୃତରେ ଅତିଥି ମାନେ ଆମ ଠାରୁ କିଛି ଆଶା କରି ଆସିନଥାନ୍ତି, ଆପଣଙ୍କ ଆତିଥୟତା ନିର୍ମଳ, ନିଷ୍କପଟ ଏବଂ ହାର୍ଧିକ ହେବା ଦରକାର।
ମୋର ଏପରି କଥା ଶୁଣି ପାଠକ ବଂନ୍ଧୁ ଗଦଗଦ୍ ହେଲା ପରି ଲାଗୁଥିଲା ଓ ଅବଶେଷ ରେ ସେ ମୋତେ ତାଙ୍କ ପୁଅର ଵ୍ରତ ଘରକୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ଏପରି ଏକ ସୁଖଦ ଅନୁଭୂତି କୁ ଆପଣ ମାନଙ୍କ ସହ share କରୁଥିବାରୁ ଆମ୍ଭେ ମଧ୍ୟ ଗଦ୍ ଗଦ୍।
ଦେବେନ୍ଦ୍ର ରଥ।
No comments:
Post a Comment