କଳା ପାହାଡ
ଇତିହାସ ର କେଉଁ ପୃଷ୍ଠାରେ କଳା ପାହାଡ ଲୁଚି ଅଛି, ଆମେ ସଠିକ ଭାବେ ଜାଣି ନାହୁଁ, ତା ରୂପ କେମିତି ତାର କଳ୍ପନା ମଧ୍ୟ କରିନାହୁଁ, କେବଳ ଏତିକି ଶୁଣିଛୁ ତା ପାଇଁ କିର୍ତ୍ତୀରାଜି ଭଗ୍ନସ୍ତୁପ ସାଜିଛି, ଆମ ଆରାଧ୍ୟ ଅନେକ ଥର ପାତାଳି ହୋଇଛନ୍ତି। ଏ ସଵୁ ର ଲିପିବଦ୍ଧ ଦସ୍ତାଵେଜ ଵୋଧ ହୁଏ ନାହିଁ, କେଵଳ ଜନସ୍ରୃତିରେ। ପ୍ରମାଣ ମାଗୁଥିବା ଆଜିର ଵୈଞାନିକ ଯୁଗର ଦାୟାଦ ମାନଙ୍କୁ ଵୁଝାଇବା ବଡ କଷ୍ଟକର ହେବ, ଅତିତ ରେ ଘଟିଥିବା ଅନ୍ୟାୟ ସଵୁ ଲୁଚି ରହିଛି।
ଆକ୍ରାନ୍ତା ଙ୍କ ଆକ୍ରମଣରେ ଏ ଭୂମି ଅନେକ ବାର ରକ୍ତରଜିଂତ ହେଇଛି, ତାର ହିସାବ କାହା ପାଖରେ ନାହିଁ।
ଵିଡମ୍ବନା ଯେ କିଛି ବୁଦ୍ଧିଜିଵୀ ଯୁକ୍ତି ବାଢନ୍ତି , ଏ ମତ ଓ ଵିଶ୍ଵାସ କାହିଁ ହଜାର ହଜାର ବର୍ଷ ପୂର୍ବରୁ ଥିଲା ଓ ଆଗକୁ ଅକ୍ଷୁର୍ଣ ରହିବ। କିନ୍ତୁ ସୁଚେଇଦେବା ପାଇଁ ଚାହେଁ କିଛି ଶତାଦ୍ଧି ତଳେ ଇରାନ୍, ଇରାକ, ଆଫଗାନିସ୍ଥାନ,ମାଲୟେସିଆ, ଇଣ୍ଡୋନେସିଆ, କମ୍ଵୋଡିଆ, ପାକିସ୍ଥାନ, ଵାନ୍ଗାଲାଦେଶ ଏ ସବୁ ରାଷ୍ଟ୍ର ଭିନ୍ନ ମତ ଓ ପନ୍ଥ ଥିଲେ କିନ୍ତୁ ଆଜି ର ଚିତ୍ର ଅଲଗା। ସମନ୍ଵୟ ଓ ଉଦାରବାଦ ର ପରାକାଷ୍ଠା ଦେଖନ୍ତୁ, ସବୁ ଥିରେ ସମନ୍ବୟତା ରକ୍ଷା କରିବା ଦାୟିତ୍ଵ କେଵଳ ଗୋଟେ ପକ୍ଷର। "ଈଶ୍ଵର ଆଲ୍ଲା ତେରୋ ନାମ୍, ସବକୋ ସମ୍ମତି ଦେ ଭଗବାନନ୍ " ଏ ଆମର ମନ୍ତ୍ର । ପିର , ଫକିର, ବାବା ଆମର ପୂଜ୍ୟ। ଆମ ଜୀବନ ଯାତ୍ରା ର ଏ ସବୁ ଅଭିନ୍ନ ଅଂଗ। କିନ୍ତୁ ଅପର ପକ୍ଷ ସଂପୂର୍ଣ ରୂପେ ସ୍ପଷ୍ଟବାଦୀ, ତାଙ୍କ ବିଶ୍ଵାସ ର ପରିଧି ଵଜ୍ର ଠୁ କଠିନ। ଉଦାରବାଦିତା ଓ ସମନ୍ଵୟତା ର ଉଦାହରଣ ଅନେକ, ଶିଶୁ ଟେ ଜନ୍ମ ର ପ୍ରଥମ ଵର୍ଷ ରେ ସତ୍ୟ ପିର ଙ୍କ ପୂଜା। ଏ ପିର କିଏ ଆମେ କେଵେ ପ୍ରଶ୍ନ କରିନାହୁଁ।
ଏ ମତ ଓ ବିଶ୍ଵାସ କ୍ଷୁର୍ଣ ହୋଇଚାଲିଛି। ଆଖିରେ କଳା କନା ଘୋଡେଈ ନ୍ୟାୟ କୁ ଅପେକ୍ଷା କରିବାକୁ ଯଦି ପଡିଥାନ୍ତା, ତେବେ ମହାଭାରତ ହୋଇନଥାନ୍ତା। ସେ ଵୁଦ୍ଧିଜିଵୀ ମାନଙ୍କୁ ମୋର ଗୋଟିଏ ପ୍ରଶ୍ନ ଯାହାଙ୍କୁ ଆମେ ଇଷ୍ଟ ଵୋଲି ମାନୁଛେ, ସେ ଜଗତ କୁ କି ଵାର୍ତ୍ତା ଦେଇଛନ୍ତି। ଅଂହିସା ପରୋମ ଧର୍ମ, ଧର୍ମ ରକ୍ଷତି ତଦୈବଚ। ଅନ୍ୟାୟ, ମିଥ୍ୟା ବିରୁଦ୍ଧ ରେ ସ୍ଵର କୁ ଶାଣିତ କରିବା ଏଵଂ ସମୟ ଆସିଲେ ଅସ୍ତ୍ର ଉଠାଇବା ମଣିଷ ର ଧର୍ମ। ସତ୍ୟ କୁ ଵହୁତ ଦିନ ଲୁଚାଇ ରଖା ଯାଇ ପାରେନା।
ମିଥ୍ୟା କୁ ଯେତେ ସୁନ୍ଦର ପୋଷାକ ପିନ୍ଧେଇଲେ ମଧ୍ୟ ମଳିନତା କେଵେ ଯାଏନା।
କଳା ପାହାଡ ଏବେ ମଧ୍ୟ ବଚିଂଛି, ଲୁଚିକି ସମୟେ ସମୟେ ଘାତ ମଧ୍ୟ କରୁଛି। ଅନ୍ଧକାର ର ଆଢୁଆଳରେ ଶତ୍ରୃ ଲୁଚିଥିବ ଆଉ ଏପରି ବାରମ୍ଵାର ଘାତ କରୁଥିବ।
ଏପରି ଗୋଟେ ମର୍ମନ୍ତୁଦ ଘଟଣା ୩୨ ବର୍ଷ ତଳର , କଳା ପାହାଡ ର ପୂର୍ନଜନ୍ମ ହୋଇଥିଲା।
୧୯୯୨ ମସିହା ନଭେମ୍ବର ମାସ ୨୮/୨୯ ତାରିଖରେ, କାନପୁର ରେ ଆୟୋଜିତ ଏକ ବିଶାଳ ଛାତ୍ର ସମ୍ମିଳନୀ ରେ, ଜମ୍ମୁ କାଶ୍ମୀର ର ଛାତ୍ର ଛାତ୍ରୀ ମାନଙ୍କର ସେ ବୁକୁ ଚିରା କାନ୍ଦ ଏଵେ ମନେ ପଡୁଛି। କିଏ କାହାର ଵାପା, କିଏ ମା' ଆଉ କିଏ ଭାଇ ଭଉଣୀ ସ୍ଵପରିଜନ, ଭିଟା ମାଟି, ସମ୍ପଦ ସଵୁ ହରାଇ ଦାଣ୍ଡ ର ଭିକାରି ସାଜିଛନ୍ତି। ସେ ସମୟରେ ଆଖିକୁ ସମ୍ଵେଦନଶୀଳ କରିବା ଛଡା ଅନ୍ୟ ଉପାୟ କିଛି ନଥିଲା। କିନ୍ତୁ ଆଜି ଦିର୍ଘ ୩୨ ଵର୍ଷ ପରେ ସେ କ୍ରୁର ସତ୍ୟତା କୁ ପ୍ରାମାଣିକ ଚଳଚିତ୍ର ଭାଵେ ଉଦ୍ଜିଵିତ କରା ଯାଇଛି। ସବୁ ହୃଦୟଵାନ #kashmirfiles ଚଳଚିତ୍ର ଟିକୁ ଦେଖିଵେ।
ହୃଦୟବୋଧ କରିଵେ ଆମ ଭିତର କଳା ପାହାଡ କୁ।
ଦେଵେନ୍ଦ୍ର ରଥ
No comments:
Post a Comment